Skip to main content

ସର୍ତ୍ତାବଳୀ

ଗୃହ ଏବଂ ନଗର ଉନ୍ନୟନ ଭିତର ବ୍ୟାନର ବିଭାଗ |

ସର୍ତ୍ତାବଳୀ

ଏହି ୱେବସାଇଟ୍ ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ପରିକଳ୍ପିତ, ବିକଶିତ ଏବଂ ପରିଚାଳିତ। ଏହି ୱେବସାଇଟରେ ଥିବା ବିଷୟବସ୍ତୁର ସଠିକତା ଏବଂ ପ୍ରାସଙ୍ଗିକତା ନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲେ ହେଁ, ଏହାକୁ ଆଇନଗତ ବିବୃତି ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ କିମ୍ବା କୌଣସି ଆଇନଗତ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଉଚିତ ନୁହେଁ। କୌଣସି ଅସ୍ପଷ୍ଟତା କିମ୍ବା ସନ୍ଦେହ କ୍ଷେତ୍ରରେ, ବ୍ୟବହାରକାରୀଙ୍କୁ ସମ୍ପୃକ୍ତ ବିଭାଗ ଏବଂ/କିମ୍ବା ଅନ୍ୟାନ୍ୟ ସୂତ୍ରରୁ ଯାଞ୍ଚ କରିବାକୁ ଏବଂ ଉପଯୁକ୍ତ ବୃତ୍ତିଗତ ପରାମର୍ଶ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି।
କୌଣସି ପରିସ୍ଥିତିରେ ବି ଏହି ମନ୍ତ୍ରାଳୟ କୌଣସି ଖର୍ଚ୍ଚ, କ୍ଷତି କିମ୍ବା ନୁକସାନ ପାଇଁ ଦାୟୀ ରହିବେ ନାହିଁ; ଯେଉଁଥିରେ ଅପ୍ରତ୍ୟକ୍ଷ ବା ପରିଣାମସ୍ୱରୂପ ହେଉଥିବା କ୍ଷତି, କିମ୍ବା ଏହି ୱେବସାଇଟ୍‌ର ବ୍ୟବହାର କିମ୍ବା ତଥ୍ୟର ବ୍ୟବହାର ଜନିତ ସମସ୍ୟାରୁ ସୃଷ୍ଟି ହେଉଥିବା ଯେକୌଣସି ପ୍ରକାରର ବ୍ୟୟ କିମ୍ବା କ୍ଷତି ଅନ୍ତର୍ଭୁକ୍ତ।
ଏହି ନିୟମ ଓ ସର୍ତ୍ତାବଳୀ ଭାରତୀୟ ଆଇନ ଅନୁଯାୟୀ ପରିଚାଳିତ ଏବଂ ବ୍ୟାଖ୍ୟା କରାଯିବ। ଏହି ନିୟମ ଓ ସର୍ତ୍ତାବଳୀ ଅଧୀନରେ ଉପୁଜୁଥିବା ଯେକୌଣସି ବିବାଦ ଭାରତୀୟ ନ୍ୟାୟାଳୟର କ୍ଷେତ୍ରାଧିକାର ଅନ୍ତର୍ଭୁକ୍ତ ହେବ।
ଏହି ୱେବସାଇଟରେ ପ୍ରଦାନ କରାଯାଇଥିବା ସୂଚନାରେ ବେସରକାରୀ ସଂଗଠନଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଏବଂ ପରିଚାଳିତ ତଥ୍ୟର ଲିଙ୍କ୍‌ ବା ସୂଚକ ରହିଥାଇପାରେ। ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାର କେବଳ ଆପଣଙ୍କ ସୂଚନା ଏବଂ ସୁବିଧା ପାଇଁ ଏହି ଲିଙ୍କ୍‌ଗୁଡ଼ିକ ପ୍ରଦାନ କରୁଛନ୍ତି। ଯେତେବେଳେ ଆପଣ କୌଣସି ବାହ୍ୟ ୱେବସାଇଟ୍‌ର ଲିଙ୍କ୍ ଚୟନ କରନ୍ତି, ଆପଣ ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ୱେବସାଇଟ୍‌ରୁ ବାହାରି ଯାଆନ୍ତି ଏବଂ ସେହି ବାହ୍ୟ ୱେବସାଇଟ୍‌ର ମାଲିକ/ପ୍ରାୟୋଜକଙ୍କ ଗୋପନୀୟତା ଏବଂ ସୁରକ୍ଷା ନୀତି ଅଧୀନରେ ରହନ୍ତି।
ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାର, ଏହିପରି ସଂଯୁକ୍ତ ପୃଷ୍ଠାଗୁଡ଼ିକ (linked pages) ସବୁ ସମୟରେ ଉପଲବ୍ଧ ରହିବାର କୌଣସି ଗ୍ୟାରେଣ୍ଟି ଦିଅନ୍ତି ନାହିଁ।
ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାର, ସଂଯୁକ୍ତ ୱେବସାଇଟ୍‌ଗୁଡ଼ିକରେ ଥିବା କପିରାଇଟ୍ (ସ୍ୱତ୍ୱାଧିକାର) ପ୍ରାପ୍ତ ବିଷୟବସ୍ତୁର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିପାରିବେ ନାହିଁ। ବ୍ୟବହାରକାରୀଙ୍କୁ ସେହି ସଂଯୁକ୍ତ ୱେବସାଇଟ୍‌ର ମାଲିକଙ୍କଠାରୁ ଏପରି ଅନୁମତି ପାଇଁ ଅନୁରୋଧ କରିବାକୁ ପରାମର୍ଶ ଦିଆଯାଉଛି।
ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାର, ସଂଯୁକ୍ତ ୱେବସାଇଟ୍‌ଗୁଡ଼ିକ ଭାରତ ସରକାରଙ୍କ ୱେବ୍ ନିର୍ଦ୍ଦେଶାବଳୀ ପାଳନ କରୁଥିବା ନେଇ କୌଣସି ଗ୍ୟାରେଣ୍ଟି ଦିଅନ୍ତି ନାହିଁ।