ଦୃଷ୍ଟିକୋଣ
ସହର ଗୁଡ଼ିକୁ ଯୋଜନାବଦ୍ଧ ଏବଂ ଅନ୍ତର୍ଭୁକ୍ତୀକରଣ ଭାବରେ ବିକଶିତ କରିବା , ଯାହା ଦ୍ୱାରା ସେଗୁଡ଼ିକ ବାସୋପଯୋଗୀ, ଅର୍ଥନୈତିକ ଭାବରେ ସକ୍ରିୟ , ଉତ୍ପାଦନଶୀଳ, ସ୍ଥାୟୀ ତଥା ଦକ୍ଷ ସଂସ୍ଥାରେ ପରିଣତ ହେବେ। ସମାଜର ସମସ୍ତ ବର୍ଗ ପାଇଁ ପର୍ଯ୍ୟାପ୍ତ ଏବଂ ଦୀର୍ଘସ୍ଥାୟୀ ସରକାରୀ ଭିତ୍ତିଭୂମି ଓ ସୁବିଧା, ଯେପରିକି ସୁଲଭ ଗୃହ ଏବଂ ଜୀବିକା ନିର୍ବାହର ସୁଯୋଗ ଯୋଗାଇ ଦେବା; ଏବଂ ସେବା ଯୋଗାଣ ପ୍ରଣାଳୀରେ ଦକ୍ଷତା ଆଣିବା ସହିତ, ନାଗରିକମାନଙ୍କ ପ୍ରତି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (Urban Local Bodies) ଏବଂ ଅର୍ଦ୍ଧ-ସରକାରୀ (parastatal) ଏଜେନ୍ସିମାନଙ୍କର ଉତ୍ତରଦାୟିତ୍ୱ ଓ ସାମୁଦାୟିକ ଅଂଶଗ୍ରହଣକୁ ଏକ ଅଭିସାରୀ (convergent) ଢଙ୍ଗରେ ସୁନିଶ୍ଚିତ କରିବା।



